13ଶ ଶତାଧିରେ ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ ବିଶ୍ଵ ପ୍ରସିଦ୍ଧ କୋଣାର୍କ ମନ୍ଦିରରୁ ବାଲି ଖନନ କରି ବାହାର କରିବା କାର୍ଯ୍ୟ ଗତକାଲି ଠାରୁ ଆରମ୍ଭ ହୋଇଛି ।
ପରାଧୀନତା କାଳରେ 1901ରୁ 1903 ତିନିବର୍ଷ କାଳ ଲାଗି ଇଂରେଜ ସରକାର ମନ୍ଦିରର ଜଗମୋହନକୁ ବାଲିରେ ପୋତିଦେଇଥିଲେ ।
ସବୁ ବାଲି ଖୋଳି ବାହାର କରିବା ପାଇଁ ଅନ୍ୟୁନ ତିନିବର୍ଷ ଲାଗିଯିବ ବୋଲି ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ଏକ ସୁଡ଼ଙ୍ଗ ନିର୍ମାଣ କରାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବାଲି ଅପସାରଣ କରାଯାବ ବୋଲି ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱର ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକ କହିଛନ୍ତି ।