ଶ୍ରୀ ମନ୍ଦିର ବେଢା ପରିସରରେ ଫୋଟ ଉଠେଇବାକୁ ନିଷେଧ କରାଯାଇଥିବା ବେଳେ, ଆଜି କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍ଫି ଉଠାଇ 10ଟି ଫୋଟ ଫେସବୁକରେ ଛାଡିଛନ୍ତି ସଞ୍ଜୟ ଦାସ ଶର୍ମା ନାମକ ଜଣେ ବ୍ୟକ୍ତି, ସେଲ୍ଫି ରେ ତାଙ୍କ ସହିତ ଅନ୍ୟଜଣେ ବ୍ୟକ୍ତି ଥିବାର ଦେଖିବାର ମିଳିଛି।
ମନ୍ଦିର ପ୍ରବେଶ ଦ୍ୱାରରେ କଡାକଡୀ ଯାଞ୍ଚ କରାଯାଉଥିବାର ବ୍ୟବସ୍ଥା ଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି କିପରି ନିଜ ମୋବାଇଲ ନେଇ ଶ୍ରୀମନ୍ଦିର ଭିତରକୁ ଗଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି ।
ବାରମ୍ବାର ଶ୍ରୀମନ୍ଦିର ଭିତରେ ସେଲ୍ଫି ଉଠାଇ ଫୋଟ ପୋଷ୍ଟ କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ ବୋଲି କୁହାଯାଉଛି ।