ବାଲକୋନିରୁ ଖସିପଡି ଦେଢ଼ବର୍ଷର ଶିଶୁ ମୃତ

ଭୂଷଣ ଷ୍ଟିଲପ୍ଲାଣ୍ଟ ଅଞ୍ଚଳରେ ଆଜି ଘଟିଯାଇଛି ଏକ ଦାରୁଣ ଦୁର୍ଘଟଣା। ଏଠାରେ ଥିବା ଏକ ୬ ମହଲା କ୍ଵାର୍ଟରର ବାଲକୋନିରୁ ଖସିପଡି ଗୋଟିଏ ଦେଢବର୍ଷର ଶିଶୁର ଅକାଳ ମୃତ୍ୟୁ ହୋଇଛି। ବାଲକୋନିରେ ଗଡିଗଡି ଖେଳୁଥିବା ବେଳେ ତଳକୁ ଖସିପଡିଥିଲା ଶିଶୁଟି, ତାକୁ ସଙ୍ଗେ ସଙ୍ଗେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଏନେଇ ଏକ ଅପମୃତ୍ଯୁ ମାମଲା ରୁଜୁ କରିଛି ସ୍ଥାନୀୟ ଥାଲାକୋଲାଇ ପୋଲିସ।

Leave A Reply

Your email address will not be published.