ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଉପରେ ପୁଣି ଦାରୁଣ ଆଘାତ କରିଛନ୍ତି ଅଜଣା ଦୁର୍ବୃତ୍ତମାନେ, ଗୁଣ୍ଡିଚା ମନ୍ଦିର ଭିତରେ ମହାପ୍ରଭୁଙ୍କ ଆଡପ ଅଭଡ଼ା ରନ୍ଧାଯିବା ପାଇଁ ୩ ଦିନ ତଳେ ତିଆରି କରାଯାଇଥିବା ୨୦ ମାଟି ଚୁଲିକୁ ଗତକାଲି ଭାଙ୍ଗି ଦେଇଛନ୍ତି। ଖବର ପାଇ ପୁରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି୍, ଚୁଲିଗୁଡିକର ମରାମତି କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଗତ ଅପ୍ରେଲ ୪ ତାରିଖ ରାତିରେ ଜଣେ ଦୁର୍ବୃତ୍ତ ଶ୍ରୀମନ୍ଦିର ଭିତରେ ୪୦ରୁ ଅଧିକ ଅଭଡ଼ା ଚୁଲି ଭାଙ୍ଗି ଦେଇଥିଲା, ସିସିଟିଭି କ୍ଯାମେରାରୁ ସେହି ବ୍ଯକ୍ତିର କାଣ୍ଡ କାରଖାନା ଧରାପଡିବା ପରେ ତାକୁ ଗିରଫ କରିଥିଲା ପୋଲିସ।