ସଂଜୀବ କୁମାର ପାଢୀ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଅଧିନସ୍ଥ ଘୁଷୁରା ଗ୍ରାମରେ ଚାଷ ଜମିରେ ଚାଷ କରୁଥିବା ବେଳେ ଜଣେ ନାବାଳିକା ଝିଅଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଘୁଷୁରା ଗ୍ରାମରେ ଜମିକୁ ଚାଷ କରିବା ପାଇଁ ଯାଇଥିବା ବେଳେ ହଠାତ ବଜ୍ରପାତ ହେବାରୁ କାମ କରୁଥିବା ଝିଅ ଅଙ୍କିତା କିସାନ (୧୪)ଜମିରେ ଗୁରୁତର ହୋଇ ପଡିଥିଲେ ।ଫଳରେ ଅଜା ଆଇ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ପରୀକ୍ଷା ନିରୀକ୍ଷା ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଣାଇଁ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି । ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାପଡିଛି।