ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ଜିଲ୍ଲା ପ୍ରଶାସନ ଦ୍ଵାରା ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ I ଏହି ଜନ ଅଭିଯୋଗ ଶୁଣାଣିରେ ମୋଟ ୬୨ ଟି ଅଭିଯୋଗ ଆସିଥିଲା I ସେଥିମଧ୍ୟରୁ ୨୭ ଗୋଟି ଅଭିଯୋଗ ବ୍ୟକ୍ତିଗତ ଜନିତ ହୋଇଥିବା ବେଳେ ୩୭ ଗୋଟି ବିଭିନ୍ନ ସମସ୍ୟା ସମ୍ପକିର୍ତ ସାମୁହିକ ଅଭିଯୋଗ ଆଦି ରହିଥିଲା I ସେହିପରି ୭ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ୍ ସମାଧାନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୨ ଗୋଟି ଆବେଦନ ରହିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ରାସ୍ତା ଘାଟ ମରାମତି, ରାସନ କାର୍ଡ ସମସ୍ୟା, ଭତ୍ତା, ବିଦ୍ୟାଳୟ ସମସ୍ୟା, ଆବାସ ଯୋଜନା, ଡ୍ରେନେଜ ସମସ୍ୟା ଆଦି ରହିଥିଲା I ଏହି ଯୁଗ୍ମ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ. ଟି. ଡି. ଏ., ସୁନ୍ଦରଗଡ଼ର ପ୍ରକଳ୍ପ ପ୍ରଶାସକ ଶ୍ରୀ ରାମକୃଷ୍ଣ ଗଣ୍ଡ, କୁତ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରବିନ୍ଦ୍ର ସେଠୀ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ I