ଦୈନିକ ଓଡ଼ିଆ ସମ୍ବାଦପତ୍ର ପ୍ରଜାତନ୍ତ୍ରର ଅମୃତ ଉତ୍ସବରେ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି କହିଛନ୍ତି ଯେ ଓଡିଶାର ଆଚ୍ଛେଦିନ୍ ଆସିଗଲାଣି, ରାଜ୍ୟର ଅନେକ ବ୍ଯକ୍ତି କେନ୍ଦ୍ରରେ ଗୁରୁତ୍ୱପୁର୍ଣ୍ଣ ପଦ ପଦବୀରେ ଅଧିଷ୍ଠିତ ହୋଇଛନ୍ତି – ଏଥିରୁ ରାଜ୍ୟର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ବୋଲି ସେ ସ୍ପଷ୍ଟ ଦେଖି ପାରୁଛନ୍ତି !
ଶ୍ରୀ ଶାହା କହିଛନ୍ତି ଯେ ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି, ଏଠାକୁ ଆସିଲେ ତାଙ୍କ ହୃଦୟ ଭକ୍ତିରେ ଭରିଯାଏ, ଓଡ଼ିଶାର ସୁଯୋଗ୍ଯ ପୁତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତା ହୋଇଛନ୍ତି – ଏହା ରାଜ୍ୟ ପାଇଁ କମ୍ ଗୌରବର କଥା ନୁହେଁ !!