ସରକାରୀ କ୍ଵାଟରରେ ଲାଗିଗଲା ନିଆ

ଭୁବନେଶ୍ୱର ୨ ନମ୍ବର ଇଉନିଟରେ ଥିବା ଟାଇପ ୨ ୧୩/୨ ସରକାରୀ କ୍ଵାର୍ଟରରେ ଆଜି ସକାଳେ ନିଆଁ ଲାଗିଯାଇଛି, ଏହା ଓଡିଶା ସଚିବାଳୟରେ ଚାକିରି କରୁଥିବା ଜନୈକ ନିରଞ୍ଜନ ଲେଙ୍କାଙ୍କର ବୋଲି ଜଣାପଡିଛି। ଘର ଭିତରେ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି, ଏଠାରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି।
ଖବର ପାଇ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି, କ୍ଵାର୍ଟରରେ ଥିବା ସାମଗ୍ରୀଗୁଡିକ ପୋଡିଯାଇଛି, ମାତ୍ର ଏଥିରେ ମୃତାହତ ହୋଇନାହାନ୍ତି ବୋଲି ଜଣାପଡିଛି।

Leave A Reply

Your email address will not be published.