କାନ୍ଥ ପଡି ଶିଶୁ ମୃତ, ୨ ଗୁରୁତର

ମାଲକାନଗିରି ଜିଲ୍ଲା ମେଟାଗୁଡା ଗ୍ରାମରେ ଗତକାଲି ରାତିରେ ଘରର କାନ୍ଥ ଧସିପଡିବା ଫଳରେ ଗୋଟିଏ ୪ବର୍ଷ ବୟସ୍କା ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ବାପା ମା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବିକ ଆଇବା ମାଡକାମୀ , ତାର ସ୍ତ୍ରୀ ଓ ଶିଶୁକନ୍ୟା ଶନିବାର ରାତିରେ ଶୋଇଥିବା ବେଳେ ଘରର କାନ୍ଥ ସେମାନଙ୍କ ଉପରେ ଧସି ପଡିଥିଲା।

ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାନ୍ଥତଳୁ ଉଦ୍ଧାର କରିଥିଲେ।

ଖବର ପାଇ ସ୍ଥାନୀୟ ବିଡ଼ିଓ ମେଟାଗୁଡା ଗ୍ରାମରେ ପହଞ୍ଚି ମାଡକାନି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେଇଛନ୍ତି ଓ ସେମାନଙ୍କ ରହିବ ପାଇଁ ଗୃହ ନିର୍ମାଣ କରାଇ ଦେବାକୁ ସ୍ଥାନୀୟ ପଞ୍ଚାୟତ ଶିଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.