ପୁରୀ ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ହେତୁ ହାଇଦ୍ରାବାଦ ସାଂସଦ ଓ ଏଆଇଏମଆଇଏମ ସୁପ୍ରିମୋ ଆସାଉଦ୍ଦୀନ ଓବେଶୀଙ୍କ ବିରୋଧରେ ପୁରୀ ସିଂହଦ୍ଵାର ଥାନାରେ ଜଗନ୍ନାଥ ସେନା ଓ ପୁରୀ ଯୁବ ଅଧିବକ୍ତା ସଙ୍ଘ ପକ୍ଷରୁ ଏତାଲା ଦାୟର କରାଯାଇଛି।
ଓବେଶି ଏକ ସଭାରେ କହିଥିଲେ ଯେ ଯେଉଁ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅଛି, ସେଠାରେ ପୂର୍ବରୁ ଏକ ବୌଦ୍ଧ ଉପାସନା ପୀଠ ଥିଲା, ସେହି ବୌଦ୍ଧପୀଠକୁ ଭାଙ୍ଗି ସେଠାରେ ହିନ୍ଦୁରାଜା ଶ୍ରୀମନ୍ଦିର ନିର୍ମାଣ କରିଥିଲେ ।
ଓବେଶୀଙ୍କର ଏଭଳି ନିରାଧାର ବୟାନବାଜି ସାରା ବିଶ୍ଵର ଜଗନ୍ନାଥ ଭକ୍ତମାନଙ୍କ ଆଧ୍ୟାତ୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ କରି ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରାଯାଇଛି।