ରଞ୍ଜିତ ରାଉତ : ଦୀକ୍ଷା କାର୍ଯ୍ୟକ୍ରମ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ୧ ଲକ୍ଷ ଯୁବକଙ୍କୁ କୁଶଳୀ କରିବା ଲକ୍ଷ୍ୟ ରଖିଛି ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ତାହାର ଛମୁଆ କାର୍ଯ୍ୟକ୍ରମ ‘ଡାଲମିଆ ଇନ୍ଷ୍ଟିଚୁୃଟ ଅଫ୍ ନଲେଜ ଆଣ୍ଡ ସ୍କିଲ୍ ହାର୍ନେସିଂ’ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ ସକାଶେ ତାହାର ଯୋଜନା ସମ୍ପର୍କରେ ଘୋଷଣା କରିଛି । ଦୀକ୍ଷା ଭାରତର ଗ୍ରାମାଞ୍ଚଳ ଜନସାଧାରଣଙ୍କ ମଧ୍ୟରେ ଅବହେଳିତ ଯୁବବର୍ଗଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ଏବଂ ସେମାନଙ୍କ କୁଶଳତାର ବିକାଶ ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ନିମନ୍ତେ ଉତ୍ସର୍ଗୀକୃତ । ଏହି କାର୍ଯ୍ୟକ୍ରମର ପହଞ୍ଚକୁ ମଜଭୁତ କରିବା ସକାଶେ ଡିବିଏଫ୍ ସମଗ୍ର ଭାରତରେ ତାହାର ସମ୍ପ୍ରତି ରହିଥିବା ୧୫ଟି କେନ୍ଦ୍ର ବିଶିଷ୍ଟ ନେଟୱର୍କ ସହିତ ୨୦୨୪ ଆର୍ଥିକ ବର୍ଷରେ ଆଉ ୮ଟି ନୂଆ କେନ୍ଦ୍ର ସ୍ଥାପନ କରିବ, ଯେଉଁଥିରେ ମୋଟ ୮୦୦୦ ଶିକ୍ଷାନବୀଶ ତାଲିମ ନେବା କ୍ଷମତା ରହିବ । ଏହି ନୂଆ କେନ୍ଦ୍ରଗୁଡିକ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା ଏବଂ ତାମିଲନାଡୁ ଆଦି ରାଜ୍ୟରେ ସ୍ଥାପନ କରାଯିବ । ୨୦୧୬ରେ ଜାତୀୟ କୁଶଳତା ବିକାଶ ନିଗମ ସହଭାଗୀତାରେ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ଡିବିଏଫ୍ ତାହାର ସହଭାଗୀତା ପରିସରକୁ ପୁନଃ ପରିବ୍ୟାପ୍ତ କରି ଓଡ଼ିଶା ଓ କର୍ଣ୍ଣାଟକର ରାଜ୍ୟ କୁଶଳତା ବିକାଶ ମିଶନଗୁଡିକୁ ଏଥିରେ ସାମିଲ କରିଛି ଏବଂ ତାହାସହିତ ନାବାର୍ଡ, ଏନ୍ବିସିଏଫ୍ଡିସି, ଓଏସ୍ଡିଏ, ବୋଶ୍, ସ୍ନାଇଡର ଇଲେକ୍ଟ୍ରିକ୍ ଆଦି ସହିତ ସହଯୋଗିତା କରିଛି । ଏହି ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅଶୋକ କୁମାର ଗୁପ୍ତା, ସିଇଓ, ଡାଲମିଆ ଭାରତ ଫାଉଣ୍ଡେସନ୍ କହିଛନ୍ତି, “ଡାଲମିଆ ଭାରତରେ ଆମେ ସମାବେଶୀ ବିକାଶ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ ଏବଂ ବଞ୍ଚିତ ବର୍ଗଙ୍କ ଜୀବନ ଉପରେ ଆଖିଦୃଶିଆ ପ୍ରଭାବ ପକାଇବାକୁ ଆମେ ପ୍ରତିବଦ୍ଧ ରହିଛୁ । ବିଶ୍ୱ ଯୁବ କୁଶଳତା ଦିବସ ଅବସରରେ ଆମେ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆମର ଯୁବବର୍ଗଙ୍କୁ ଅତ୍ୟାବଶ୍ୟକ କୁଶଳତାରେ ସଶକ୍ତ କରିବାକୁ ଉତ୍ସର୍ଗୀକୃତ ଆମର ଦୀକ୍ଷା କାର୍ଯ୍ୟକ୍ରମର ସମ୍ପ୍ରସାରଣ ଯୋଜନା ଘୋଷଣା କରି ଆମେ ଅତ୍ୟନ୍ତ ଖୁସି ଅଛୁ । ଆମ ରାଷ୍ଟ୍ରର ଲୋକଶକ୍ତିରେ ରହିଥିବା ଉଲ୍ଲେଖନୀୟ କୁଶଳତାର ଅଭାବକୁ ପୂରଣ କରିବା, ସେମାନଙ୍କ ପାଇଁ ଅର୍ଥନୈତିକ ସଶକ୍ତିକରଣ ତଥା ଉତ୍ତମ ଜୀବନ ନିର୍ବାହ ନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଦୀକ୍ଷା ଜରିଆରେ ଆମେ ଏକ କୁଶଳୀ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ଆଶା କରୁଛୁ ।”ବିଶ୍ୱର ସର୍ବକନିଷ୍ଠ ଏବଂ ସର୍ବବୃହତ ଲୋକଶକ୍ତି ଥିବା ରାଷ୍ଟ୍ର ଭାରତ କୁଶଳତା କ୍ଷେତ୍ରରେ ବିରାଟ ପାର୍ଥକ୍ୟ ଜନିତ ଆହ୍ୱାନର ସମ୍ମୁଖୀନ ହେଉଛି, ଯେଉଁଠାରେ ମୋଟ ଲୋକଶକ୍ତିର ମାତ୍ର ୫% ଆନୁଷ୍ଠାନିକ କୁଶଳୀ ଭାବରେ ସ୍ୱୀକୃତିପ୍ରାପ୍ତ ଅଛନ୍ତି । ଏହି ବିଷୟ ପ୍ରତି ଦୃଷ୍ଟିଦେଇ ଡିବିଏଫ୍ ତାହାର ଦୀକ୍ଷା ଜରିଆରେ ନିଯୁକ୍ତି ସଂଯୁକ୍ତ ସ୍ୱଳ୍ପ ଅବଧି କୁଶଳତାର ତାଲିମ ଯୁବବର୍ଗ, ମହିଳାଙ୍କୁ ଯୋଗାଇ ଦେଉଛି ଏବଂ ସେମାନଙ୍କୁ ବର୍ଦ୍ଧିତ ଉପାର୍ଜନ ନିମନ୍ତେ କୁଶଳୀ ଲୋକଶକ୍ତିରେ ସାମିଲ କରୁଛି । ଦୀକ୍ଷା ମୁଖ୍ୟତଃ ବେକାର ଯୁବବର୍ଗ ଅଥବା ନିଜର ନିଯୁକ୍ତିବତ୍ତା ନିମନ୍ତେ ସୀମିତ ସମ୍ଭାବନା ଥିବା ଯୁବବର୍ଗଙ୍କୁ କୁଶଳତାର ବିକାଶ ନିମନ୍ତେ ତାଲିମ ପ୍ରଦାନ ଉପରେ ଦୃଷ୍ଟିନିବଦ୍ଧ କରୁଛି । ଦୀକ୍ଷା ସ୍ୱାସ୍ଥ୍ୟସେବା, ଇଣ୍ଡଷ୍ଟ୍ରିଆଲ ସିୱିଙ୍ଗ ମେସିନ୍ ଅପରେଟର, ସହକାରୀ ଇଲେକ୍ଟ୍ରିସିଆନ୍, କଷ୍ଟମର୍ ରିଲେସନସିପ୍ ମ୍ୟାନେଜମେଣ୍ଟ, ସେଲ୍ସ୍ ଆଣ୍ଡ ମାର୍କେଟିଂ, ଡାଟା ଏଣ୍ଟ୍ରି ଅପରେଟର, ବିୟୁଟି ଆଣ୍ଡ ୱେଲ୍ନେସ୍ ଏବଂ ଅନ୍ଆର୍ମଡ୍ ସିକୁ୍ୟରିଟି ଆଦି ସମେତ ବିବିଧ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ଦୀକ୍ଷା ସଫଳତାର ସହିତ ୧୧୬୪୭ ଜଣ ବ୍ୟକ୍ତିବିଶେଷଙ୍କୁ ତାଲିମ ପ୍ରଦାନ କରିଛି ଏବଂ ୮୨୭୧ ଜଣରୁ ଅଧିକ ବ୍ୟକ୍ତି ଉପାର୍ଜନକାରୀ ନିଯୁକ୍ତି ପାଇପାରିଛନ୍ତି।