ରାଉରକେଲା (ବିଜୟ ପ୍ରଧାନ) : ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଆଭିରାମପଲ୍ଲୀ ମାର୍କେଟ, ସେକ୍ଟର ୧୬ ଚିପି ଟାଇପିମାର୍କେଟ ଠାରେ ପାଳିତ ହୋଇଥିଲା ଏବଂ ପତକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଇଂ ଖଦାଳ ସେଠି ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଦିବସର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ସମାଜସେବୀ ଇଂ ଖଦାଳ ସେଠି ଜାତୀୟ ପତାକା ଉତ୍ତୋଳନ କରିବା ପରେ ସାମୁହିକ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ସେଠି ଉପସ୍ଥିତଙ୍କୁ ଉଦବୋଧନ ଦେଇ ସ୍ୱାଧୀନତାହିଁ ମାନବର ସର୍ବୋଚ୍ଚ ସମ୍ମାନ ଓ ଅଧିକାର ବୋଲି ବର୍ଣ୍ଣନା କରିଥିଲେ ।ଭାରତ ଭୂମିରେ ଆମେ ଜନ୍ମ ନେଇଥିବାରୁ ଆମେ ଗର୍ବିତ ଓ ଭାଗ୍ୟ ଶାଳୀ। ସ୍ୱାଧୀନତା ଦିବସ ର ମହତ୍ୱ ଉପରେ ଆଲୋକପାତ କରି ଥିଲେ । ମୋ ତରଫରୁ ସମସ୍ତଙ୍କୁ ଏହି ଦିବସ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଆମର ପୂର୍ବଜମାନଙ୍କ ବଳିଦାନ ଓ ତପସ୍ୟା ଯୋଗୁଁ ଆମେ ସ୍ଵାଧୀନ ଭାରତର ଜଣେ ନାଗରିକ ହୋଇ ସୁଖ ଶାନ୍ତିରେ ବସବାସ କରିବାର ସୁଯୋଗ ପାଇଛୁ । ଜନସାଧାରଣଙ୍କର ଉନ୍ନତି ପାଇଁ ବିଭିନ୍ନ ସମୟରେ ସରକାର ବିବିଧ ଯୋଜନା କରି ଥିଲେମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ l ଭାରତର ସଂସ୍କୃତି , ପରମ୍ପରାକୁ ଉଜୀବିତ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା । ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ରୂପେ ପୂର୍ବତନ ଆରଏସପି ଅଫିସର ବାସୁଦେବ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ପାଇଁ କୈଳାଶ ଚନ୍ଦ୍ର ସାହୁ, ସୁନୀଲ ପଟ୍ଟନାୟକ, ହରମୋହନ ରଥ, ବି. ସି. ନାୟକ , ସେର୍ବଶ୍ୱର ବସ୍ତିଆ,ଗୋଲକ ଚନ୍ଦ୍ର ପରିଡା, ବିପିନ ବିହାରୀ ମହାରଣା ସୁମନ୍ତ ଚରଣ ସିଂ, ଵର୍ମାନନ୍ଦ ବସ୍ତିଆ,, ଭୀମ ସେନ ମହାନ୍ତି, ଶୁକଦେବ ପଣ୍ଡା, ସେନାପତି ପୃଷ୍ଟି, ବସନ୍ତ ବାରିକ , ପ୍ରଦୀପ ବାରିକ କୁନୁ ମିଶ୍ର ଭାସ୍କର ଧଳ, ଉଦୟ ବେହେରା , ହରିପ୍ରଦ ମାଈତି, ରମେଶ ପଣ୍ଡା, ନାରାୟଣ ଦୋରା, ନୀଳମଣି ପତି, ମନୋଜ ନାଥ, ବିନୋଦ ବିହାରୀ ମହାରଣା, ରମେଶ ପଣ୍ଡା, ଉପେନ୍ଦ୍ର ସିଂ,ପ୍ରସାଦ ସାହୁ, କୃଷ୍ଣ ଚନ୍ଦ୍ର ମହନ୍ତ, ସୌରୀ ବେହେରା, ହରିପ୍ରଦ ମାଈତି, ଅଶୋକ ଚକରବର୍ତ୍ତୀ, ଵିଷ୍ଣୁ ପରିଡା,ପୱନ ଠାକୁର ବୀର ରାଓ, ରବି ରାଓ, ଶଙ୍କର ସିଂହ୍ନା , ବୁଦିଅ ଧଳ, ନାରାୟଣ ଡୋରା, ଜୟନ୍ତ ମହାନ୍ତି , ନୀଳମଣି ପତି, ବିଜୟ ଖଣ୍ଡୁଆଳ, ନିରଞ୍ଜନ ଦାସ, ରାମ ବହାଦୁର, ସଞ୍ଜୟ ମହାନ୍ତି, ସୁବାସ ପଣ୍ଡା, ତୁଳ ବହାଦୁର ପ୍ରମୁଖ ଉପସ୍ଥିତ ଥିଲେ ।