ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗତକାଲି ରାଜ୍ୟ ମହିଳା କମିଶନରେ ୬ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିବାଗର ଅତିରିକ୍ତ ସଚିବ ବିଥିକା ସ୍ୱାଇଁଙ୍କୁ ସରକାରୀ ସଦସ୍ଯା ଭାବେ ରଖାଯାଇଥିବା ବେଳେ, ସ୍ୱର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବିଜୟ ବରୱା, ସ୍ୱାଗତିକା ମହାନ୍ତି ଓ ବବିତା ସ୍ୱାଇଁ ସଦସ୍ୟା ଭାବେ ନିଯୁକ୍ତ ହୋଇଛନ୍ତି। ଡ. ମିନତୀ ବେହେରା କମିଶନର ଅଧକ୍ଷା ଅଛନ୍ତି।