ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୫ ଲଞ୍ଚ୍ ହେବାକୁ ଯାଉଛି 5G ସେବା।
ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଓଡ଼ିଶାରେ ଦୁଇ ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ଏହି ସେବା ଯୋଗାଇବାକୁ ଅନୁମତି ମିଳିଛି।
ସେଥିପାଇଁ ଅଟୋମେଟିକ୍ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି ।
ଏହି ଦୁଇ ସଂସ୍ଥା ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍ ବା ବୋର୍ଡ ଟ୍ରାନ୍ସିଭର ଷ୍ଟେସନ ଲଗାଇସାରିଛନ୍ତି।
ନିକଟରେ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଘୋଷଣା କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି କାମ ଶେଷ ହେବ ବୋଲି ସେ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ଯାହା ଆସନ୍ତାକାଲି ପୂରଣ ହେବାକୁ ଯାଉଛି।
୫ଜି ମାଧ୍ୟମରେ ଇଣ୍ଟରନେଟ ଡାଉନ୍ ଲୋଡ୍ ସ୍ପିଡ ପ୍ରତି ସେକେଣ୍ଡକୁ ୧୦ ଜିବିପିଏସ୍ ହୋଇଯିବ।