2023 ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ମିଳିବ 5 ଜି ଇଣ୍ଟରନେଟ୍ ସୁବିଧ

ଓଡ଼ିଶାର କେତୋଟି ପ୍ରମୁଖ ସହରରେ 2023 ମାର୍ଚ୍ଚ ସୁଦ୍ଧା 5ଜି ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି କେନ୍ଦ୍ର ରେଳବାଇ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ପ୍ରଥମ ପର୍ଯ୍ୟାୟରେ ଦେଶର 200 ସହରରେ ଏହି ସୁବିଧା ଉପଲବ୍ଧ କରାହେବ, ତନ୍ମଧ୍ୟରେ ଓଡିଶାର କେତୋଟି ସହର ଅନ୍ତର୍ଭୁକ୍ତ ଅଛି।

ଆଜି ଭୁବେଶ୍ବର ରେଳ ଷ୍ଟେସନରେ ଦେଶର ପ୍ରଥମ ଆଲୁମିନିୟମ ଫ୍ରେଇଟ ରେକ – 61 ଉଦ୍ଘାଟନ ଅବସରରେ ଏକଥା କହିଛନ୍ତି ଶ୍ରୀ ବୈଷ୍ଣବ ।

ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ଵସ୍ତରୀୟ ଷ୍ଟେସନରେ ପରିଣତ କରାଯିବ ବୋଲି ଉଲ୍ଲେଖ କରି ସେ କହିଲେ ଯେ ଖୁବଶିଘ୍ର ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଭୂମିପୂଜନ କରିବେ।

Leave A Reply

Your email address will not be published.