ଖୁବ ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୫ ହଜାର ଡାକ୍ତର: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଖୁବ ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୫ ହଜାର ଡାକ୍ତର। ଏହି ନିଯୁକ୍ତି ଦୁଇଟି ପର୍ଯ୍ୟାୟରେ ଏହି କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଘୋଷଣା କରିଛନ୍ତି।

ରାଜ୍ୟରେ ଡାକ୍ତରଖାନାରେ ବେଡ଼ ଅଭାବ ପ୍ରସଙ୍ଗରେ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜରିଆରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । କୌଣସି ରୋଗୀକୁ ଶଯ୍ୟା ଅଭାବରୁ ଫେରାଇ ଦିଆଯାଏନାହିଁ । ନିର୍ମଳ ଯୋଜନାରେ ହସ୍ପିଟାଲ ପରିସର ପରିଷ୍କାର କରାଯାଉଛି। ୨୦୨୨-୨୩ରେ ବେଡ୍ ସଂଖ୍ୟା ୨୫ହଜାର ୬୩୬କୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ସମ୍ୱନ୍ୱିତ ସ୍ୱାସ୍ଥ୍ୟ ବିକାଶ ନୀତିରେ ଆଉ ୨୧ ହଜାର ୩୪୨ ଶଯ୍ୟା ବୃଦ୍ଧି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ତେବେ ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ନ୍ୟାସନାଲ ମେଡିକାଲ କାଉନସିଲ ଗାଇଡ ଲାଇନ୍ ପାଳନ ହେଉ ନାହିଁ କି ରୋଗୀଙ୍କୁ ବେଡ ମିଳୁନାହିଁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ ଆଣିଛନ୍ତି।

Leave A Reply

Your email address will not be published.