ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଥିବା ଏମଏସ ପାଲି ବସ୍ତିରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୪ଜଣ ଗୁରୁତର ଆହତ ହୋଇଛନ୍ତି । ଶଙ୍କର ସିଂହ ନାମକ ବ୍ୟକ୍ତିଙ୍କ ଘରେ ଘଟିଛି ଏହି ଘଟଣା, ଶଙ୍କର ଓ ତାର ସହଯୋଗୀ ଶ୍ୟାମ ଗୁପ୍ତାଙ୍କ ସମେତ ଅନ୍ୟ ଦୁଇ ବ୍ୟକ୍ତି ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭତ୍ତି କରାଯାଇଛି । ନିଆଁଲିଭା ଦଳ ଅବିଳମ୍ବେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିଘର ବେଆଇନ ଭାବେ ଚୋରାରେ ଗ୍ୟାସ ଫିଲିଙ୍ଗ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପରେ ପରେ ସେଠାରେ ପହଞ୍ଚି ପୋଲିସ ସେହିଘରୁ ୩୪ଟି କମରସିଆଲ ଓ ୧୧ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରିଛି ।