ବିଶ୍ଵର ୨୦ ଶ୍ରେଷ୍ଠ ବିଜ୍ଞାନ ଗବେଷକଙ୍କ ମଧ୍ୟରେ ଓଡ଼ିଶାର ୩ ବୈଜ୍ଞାନିକ

ଆମେରିକାର ଷ୍ଟାନସଫୋର୍ଡ ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ବିଶ୍ଵର ଶ୍ରେଷ୍ଠ ବିଜ୍ଞାନ ଗବେଷକ ତାଲିକାରେ ଅଛନ୍ତି ଭୁବନେଶ୍ୱର ପ୍ରାଣୀ ବିଜ୍ଞାନ ପ୍ରତିଷ୍ଠାନ( Institute Of Life Science)ର ୩ ଜଣ ବୈଜ୍ଞାନିକ। ସେମାନେ ହେଲେ ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ଡ. ପୁଲକ କୁମାର ମୁଖାର୍ଜୀ, ବୈଜ୍ଞାନିକ ଡ. ସଞ୍ଜୀବ ସାହୁ ଓ ଡ. ଅମରେଶ ଚନ୍ଦ୍ର ପଣ୍ଡା ।

ପ୍ରଫେସର ମୁଖାର୍ଜୀ ଭାରତୀୟ ଔଷଧୀୟ ଗୁଳ୍ମର ପ୍ରତିକୂଳ ପାର୍ଶ୍ଵ ପ୍ରଭାବହୀନତା ଓ ରୋଗର ଚିକିତ୍ସାରେ ଏସବୁର ନିର୍ଭରଯୋଗ୍ଯତା ଉପରେ ଆଲୋକପାତ କରିଥିବା ବେଳେ, ଡ ପଣ୍ଡା ନିଜ ଗବେଷଣାରେ ବାଇଓ କେମେଷ୍ଟ୍ରି ଓ ମୋଲେକୁଲାର ବାଇଓଲୋଜିର ବିଭିନ୍ନ ନୂତନ ବିଭାଗ ଉପରେ ଗୁରୁତ୍ଵାରୋପ କରିଛନ୍ତି। ସେହିପରି ଫର୍ମାକୋଲୋଜି ଓ ଫର୍ମାସି ଏବଂ ନାନୋସାଇନ୍ସ ଓ ନାନୋଟେକନୋଲୋଜି ସମ୍ପର୍କରେ ଡ ସାହୁଙ୍କ ଗବେଷଣା ଉଲ୍ଲେଖଯୋଗ୍ୟ ବୋଲି ଷ୍ଟାନସଫୋର୍ଡ ବିଶ୍ଵବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ଉଲ୍ଲେଖନୀୟ ଯେ ଏହି ତାଲିକାରେ ଭାରତର ୨୨୭୩ ବୈଜ୍ଞାନିକ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛି ଓଡ଼ିଶାର ସୋଆ ବିଶ୍ଵବିଦ୍ୟାଳୟର ୧୬ ଗବେଷକ। ସୋଆ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ ମହାପାତ୍ର, ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ, ପ୍ରଫେସର କୁଳମଣି ପରିଡା ଓ ପ୍ରଫେସର ନିହାରବାଳା ଦେବୀ ପ୍ରମୁଖ ୯ ଜଣ ଗବେଷକ ଗତ ୩ ବର୍ଷ ହେଲା ଏହି ତାଲିକାରେ ରହିଥିବା ଓଡିଶା ପାଇଁ ଗୌରବର କଥା ବୋଲି କୁହାଯାଉଛି ।

Leave A Reply

Your email address will not be published.