କଳାହାଣ୍ଡି ଓ ନବରଙ୍ଗପୁରରେ ଝାଡାବାନ୍ତି ରୋଗ : ୩ ମୃତ ୩୮ ଆକ୍ରାନ୍ତ

କଳାହାଣ୍ଡି ଓ ନବରଙ୍ଗପୁରରେ ବ୍ଯାପୁଛି ଝାଡାବାନ୍ତି ରୋଗ, ଆଜି ସକାଳ ସୁଦ୍ଧା ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଗୁରୁତର ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ଦୂଷିତ ଜଳ ସେବନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ଝାଡାବାନ୍ତିରେ କଳାହାଣ୍ଡି ବଡକର୍ଲାକୋଟ ପଞ୍ଚାୟତର ନୂଆପଡା ଗ୍ରାମର କଇବତୀ ପାତ୍ର(୬୫) ଓ ସୁମନ କଚିଆ(୭୦) ପ୍ରାଣ ହରାଇଥିବା ବେଳେ, ନବରଙ୍ଗପୁର ସିରିଶି ପଞ୍ଚାୟତର ସୋରିଷ ପଦର ଗ୍ରାମର ୪୫ ବର୍ଷ ବଯସ୍କା ତୁଳାବତୀ ଭୋତରାଙ୍କର ମୃତ୍ୟୁ ହୋଇଯାଇଛି। ତୁଳାବତୀଙ୍କ ସ୍ଵାମୀଙ୍କ ଅବସ୍ଥା ମଧ୍ଯ ଉଦବେଗଜନକ ରହିଛି। ଆକ୍ରାନ୍ତ ଅଞ୍ଚଳରେ ଚିକିତ୍ସକ ଦଳ ପହଞ୍ଚିଥିବା ବିଷୟ ଉଭୟ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଜଣାଇଛନ୍ତି।

Leave A Reply

Your email address will not be published.