ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପର ୩ଦିନିଆ ତୃତୀୟ କର୍ମଶାଳା

ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ଜି-୨୦ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପର ତୃତୀୟ କର୍ମଶାଳା। କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାଷ ସରକାର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଆଜିର କର୍ମଶାଳାରେ ଆଲୋଚନାର ବିଷୟ ରହିଛି – ବିଲ୍ଡିଂ କାପାସିଟିଜ୍ ଫର୍ ଲାଇଫ ଲଙ୍ଗ୍ ଲର୍ଣିଙ୍ଗ ଇନ୍ ଦି କଣ୍ଟେକସ୍ଟ ଅଫ ଦି ଫ୍ଯୁଚର ଅଫ୍ ଓ୍ଵାର୍କ। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୭ ରାଷ୍ଟ୍ରର ୬୩ ପ୍ରତିନିଧି ଯୋଗଦେଉଛନ୍ତି।
ଜି ୨୦ ପ୍ରଥମ ଶିକ୍ଷା କର୍ମଶାଳା ଫେବୃଆରୀ ୧ ତାରିଖରେ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ କର୍ମଶାଳା ମାର୍ଚ୍ଚ ୧୬ ତାରିଖରେ ଅମୃତସରଠାରେ ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.