ରାଷ୍ଟ୍ରପତିଙ୍କୁ ସୌଜନ୍ଯ ସାକ୍ଷାତ କଲେ ୨୪ ବିଧାୟକ

ଆଜି ନୂଆଦିଲ୍ଲୀର ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନରେ ଓଡିଶା ମାଟିର ନନ୍ଦିନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅନ୍ତରଙ୍ଗ ସମ୍ବର୍ଦ୍ଧନା ଜଣାଇଛନ୍ତି ଓଡ଼ିଶାର ୨୪ ବିଧାୟକ, ସମ୍ମାନର ଉପହାର ସ୍ଵରୂପ ପ୍ରିୟ ମହାମହିମଙ୍କୁ ଭେଟି ଦେଇଛନ୍ତି ଓଡିଶୀ କଳା ସଂସ୍କୃତି ଓ ଅସ୍ଣିତାର ପରିଚୟ ବହନ କରୁଥିବା ମୟୁରଭଞ୍ଜ, କୋଟପାଡ ଓ ସମ୍ବଲପୁରୀ ଶାଢୀ ଏବଂ ଜଗନ୍ନାଥଙ୍କ ମହାପ୍ରସାଦ, ଫଟୋଚିତ୍ର ଓ ସୁନ୍ଦର ଓଡ଼ିଆ କାରୁକୃତି !

ରାଷ୍ଟ୍ରପତିଙ୍କ ସହ ଚା’ପାନ କରିଥିଲେ ବିଧାୟକମାନେ, ପନିର ରୋଲ ସହ ରସଗୋଲାରେ ଆପ୍ୟାୟିତ କରାଯାଇଥିଲା ସେମାନଙ୍କୁ।

ଦରବାର ହଲ, ଅଶୋକ ହଲ, ମୋଗଲ ଗାର୍ଡେନ ବୁଲି ଦେଖିଥିଲେ ବିଧାୟକମାନେ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଭାଲୁ ବୋଲି ସମ୍ବୋଧନ କରି ଥିଲେ, ସେଥିରେ ଖୁବ ଖୁସିହୋଇ ଯାଇଥିଲେ ତାରା।

୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିଧାୟିକା ଥିଲେ ଦ୍ରୌପଦୀ ମୁର୍ମୁ ।

ଦ୍ରୌପଦୀ ମୁର୍ମୁ ବିଧାୟିକା ଥିବା ବେଳେ ସେ ସମୟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟ ସଦସ୍ୟାମାନଙ୍କ ମଧ୍ୟରୁ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ , ପ୍ରମିଳା ମଲ୍ଲିକ, ବିଷ୍ଣୁ ସେଠୀ, ମୋହନ ମାଝୀ ଓ ସନ୍ତୋଷ ସିଂ ସାଲୁଜା ପ୍ରମୁଖ କିଛି ବିଧାୟକ ଥିଲେ ଏହି ୨୪ ଜଣିଆ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ, ସେମାନଙ୍କର ଆବେଗ ଗଦଗଦ ଅନୁଭୁତି ଥିଲା ଅନନ୍ୟ ।

Leave A Reply

Your email address will not be published.