ନାବାଳିକା ଧର୍ଷଣକାରୀକୁ ୨୦ ବର୍ଷ ଜେଲ, ୧୦ହଜାର ଟଙ୍କା ଜରିମାନା

ଗତବର୍ଷ ଜୁଲାଇ ମାସରେ ସଂଘଟିତ ଏକ ନାବାଳିକା ଧର୍ଷଣ ମାମଲାର ବିଚାର କରି ବାଲେଶ୍ଵର ପୋକସୋ କୋର୍ଟ ଦୋଷୀ ସାବ୍ୟସ୍ତ ୨୦ ବର୍ଷ ବୟସ୍କ ଯୁବକକୁ ୨୦ ବର୍ଷ ଜେଲ ଓ ୧୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି। ବିଚାରପତି ରଞ୍ଜନ କୁମାର ସୁତାର ପୀଡିତାଙ୍କୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜୁଲାଇ ମାସରେ ନାବାଳିକା ଜଣକ ନିଜ ମାଙ୍କ ସହିତ ସିଙ୍ଗଲା ଯାଇଥିବା ବେଳେ, ବାଲିଆପାଳ ଥାନା ବାସୁଦେବପୁର ଗ୍ରାମର ମୁନା ହାଂସଦା ତାକୁ ଏକ ପାଇଖାନାକୁ ଟାଣିନେଇ ତାସହ ଦୁଷ୍କର୍ମ କରିଥିଲା, ପରଦିନ ପୋଲିସ ମୁନାକୁ ଗିରଫ କରିଥିଲା।

Leave A Reply

Your email address will not be published.