ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ରେଳବାଇ ଷ୍ଟେସନକୁ ସ୍ଥାନୀୟ ଅଞ୍ଚଳର ଅବକାରୀ ବିଭାଗର ଫାଣ୍ଡି ଅଧିକାରୀ ଡିଲେଶ୍ଵର ନାଏକଙ୍କ ସହିତ ଏଏସଆଇ ଶ୍ରୀମତି ବାସନ୍ତୀ ବାକଲୀ, ଏଏସଆଇ ସୈ।ଦାମିନୀ ବନଛୋର, ଚନ୍ଦ୍ରଶେଖର ଖଣ୍ଡା, ସୁମନ୍ତ ନାଏକ , ପ୍ରଦୀପ ସାହୁ , ଚନ୍ଦ୍ରକାନ୍ତ ବେହେରା , ସତୀଶ କୁମାର କୁଲ୍ଲୁ ଓ ଶ୍ରୀମତୀ ଜ୍ୟୋତି କେର୍କେଟା ପ୍ରମୁଖ ସଦଳ ବଳେ ବିଶ୍ଵସ୍ତ ସୂତ୍ରରୁ ଗଞ୍ଜେଇ କାରବାରର ଖବର ପାଇ ଷ୍ଟେସନ ଅଞ୍ଚଳକୁ ଯାଇଥିବା ବେଳେ ପ୍ଲାଟଫର୍ମ ନିକଟରେ ସନ୍ଦେହରେ ଜନୈକ ଯୁବକଙ୍କୁ ଅଟକାଇ ଥିଲେ । ତାଙ୍କ ପାଖରେ ଥିବା ପ୍ଲାଷ୍ଟିକ ବସ୍ତାକୁ ଖୋଲି ଯାଞ୍ଚ କରିବାରୁ ଉକ୍ତ ବସ୍ତାରୁ ଗଞ୍ଜେଇ ବାହାରି ଥିଲା । ଉକ୍ତ ଗଞ୍ଜେଇର ଓଜନ ୨୦ କେଜି ୨୦୦ ଗ୍ରାମ ହେବ । ଉକ୍ତ ଗଞ୍ଜେଇ ସବୁକୁ ୫୦ ଗ୍ରାମ ପରିମାଣର ପୁଡିଆ ବନ୍ଧା ଯାଇଥିଲା । ଅବକାରୀ ବିଭାଗର ଅଧିକାରୀ ଓ ସହକର୍ମୀ ଗଣ ଗଞ୍ଜେଇକୁ ସ୍ବତଃ କରିବା ସହ ଯୁବ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲେ । ପ୍ରାଥମିକ ତଦନ୍ତ ପରେ ଅବକାରୀ ଫାଣ୍ଡିରେ ଏକ ମାମଲା ରୁଜୁ କରି ଗିରଫ ଯୁବ ଗଞ୍ଜେଇ ବେପାରୀକୁ କୋର୍ଟ ଚାଲାଣ କରିଥିଲେ । ତେବେ ଗିରଫ ହୋଇଥିବା ଯୁବ ଗଞ୍ଜେଇ ବେପାରୀ ବିହାର ରାଜ୍ୟର ରେଢା ଗ୍ରାମର ବାସିନ୍ଦା ସଲାଉଦ୍ଦିନ ଅନସାରୀ ( ୨୨ ) ବୋଲି ଜଣାପଡିଛି ।