୨ ନାବାଳିକା କିଶୋରୀଙ୍କ ଆତ୍ମହତ୍ୟା ଉଦ୍ୟମ : ୧ ମୃତା

ରାୟଗଡା ଜିଲ୍ଲା କୁରୁଲି ପଞ୍ଚାୟତର ଉତକାପାଡୁ ଗ୍ରାମର ଦୁଇ କିଶୋରୀ ବାଳିକା ଗତକାଲି ସାଙ୍ଗହୋଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ବର୍ଷୀୟା ବାଳିକାର ମୃତ୍ୟୁ ହୋଇଯାଇଥିବା ବେଳେ ୧୪ ବର୍ଷୀୟା ବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ସେମାନେ ଦୁଇ ସାଙ୍ଗ ବୋଲି ଜଣାପଡିଛି।

ବାଳିକା ଦୁଇଜଣ ବିଷ ପିଇ ଛଟପଟ ହେଉଥିବାର ଦେଖି ପଡୋଶୀ ଲୋକେ ପ୍ରଥମେ ସେମାନଙ୍କୁ ସ୍ଥାନୀୟ କୋଲନରା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.