ସଡକ ଦୁର୍ଘଟଣାରେ 2 ମୃତ, 5 ଆହତ

ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଗତ 24 ଘଣ୍ଟା ମଧ୍ୟରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ପ୍ରଥମ ଦୁର୍ଘଟଣାରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନାର ବନ୍ଦାଣିଆ ପାଖରେ ମୋଟର ସାଇକେଲ ଦୁର୍ଘଟଣାରେ ଦୁଗୁ ମାଙ୍କଡ଼ିଆ ଓ ତାଙ୍କ ପୁତୁରା ସିଦ୍ଧାନ୍ତଙ୍କର ମୃତ୍ୟୁ ହୋଇଛି । ଋଣରେ କିଣା ଯାଇଥିବା ମୋଟର ସାଇକେଲର କିସ୍ତି ରାଶି ପୈଠ କରିବା ପାଇଁ କାମାକ୍ଷାନଗର ଯାଉଥିବା ବେଳେ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଏହା ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଦୁଗୁ ଓ ସିଦ୍ଧାନ୍ତଙ୍କର ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଦ୍ୱିତୀୟ ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ସାମନ୍ତ ବାଉରିଆର ନିକଟରେ , ସୁବଳୟା ଥାନାର ସବ୍ ଇନ୍ସପେକ୍ଟରଙ୍କ ସମେତ 5 ଜଣ ପୋଲିସ କର୍ମଚାରୀ ଥାମାଉରେ ପାଟ୍ରୋଲିଙ୍ଗ କାମ ସାରି ଥାନାକୁ ଫେରୁଥିବା ବେଳେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଏହା ଏକ ଗଛରେ ପିଟି ହୋଇଯାଇ ଓଲଟି ପଡିଥିଲା । ଗୁରୁତର ଆହତ 5 ଜଣ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

Leave A Reply

Your email address will not be published.