କଟକ ଜିଲ୍ଲାର ୧୪ ବ୍ଲକ ଓ ୪ ସ୍ଵାୟତଶାନ ଅଞ୍ଚଳରେ ଥିବା ଅଧିକାଂଶ ସ୍କୁଲର ଶୌଚାଳୟ ଗୁଡିକରେ ପାଣି ବ୍ଯବସ୍ଥା ନଥିବା ହେତୁ ସେଗୁଡିକ କାମରେ ଆସୁନାହିଁ। ଅବ୍ଯବହୃତ ଅବସ୍ଥାରେ ପଡି ପଡି ସେଗୁଡିକ ଭାଙ୍ଗିରୁଜି ଯାଉଥିବା ଦେଖାଯାଉଛି।
ସରକାରୀ ସୂତ୍ରରୁ ପ୍ରାପ୍ତ ରିପୋର୍ଟ ଅନୁସାରେ ୨୧୬୮ଟି ପ୍ରାଥମିକ ଓ ଉଚ୍ଚ ଇଂରାଜୀ ବିଦ୍ଯାଳୟରେ ସରକାରୀ ଖର୍ଚ୍ଚରେ ଶୌଚାଳୟ ନିର୍ମାଣ କରାଯାଇଛି, ମାତ୍ର ତନ୍ମଧ୍ୟରୁ ମାତ୍ର ୨୨୯ଟି ଶୌଚାଳୟରେ ପାଣିର ସୁବିଧା ଥିବା ବେଳେ ଅବଶିଷ୍ଟ ଶୌଚାଳୟଗୁଡିକରେ ପାଣିର ସୁବିଧା କରାଯାଇ ପାରିନାହିଁ।
ରକ୍ଷଣାବେକ୍ଷଣର ଅଭାବରୁ ଏସବୁ ଶୌଚାଳୟର ଅବସ୍ଥା ଜୀର୍ଣ୍ଣଶୀର୍ଣ୍ଣ ହୋଇପଡିଛି। ସାଲେପୁର ବ୍ଲକରେ ସର୍ବାଧିକ ୧୯୫ଟି ଶୌଚାଳୟ ଭଗ୍ନପ୍ରାୟ ଅବସ୍ଥାରେ ଥିବାବେଳେ, ଆଠଗଡ ବ୍ଲକରେ ୧୪୨ଟି ଶୌଚାଳୟ, ବଡମ୍ବା ବ୍ଲକରେ ୧୦୮ଟି ଶୌଚାଳୟ, କଟକ ସଦର ବ୍ଲକରେ ୧୬୮ଟି ଶୌଚାଳୟ ଓ ଡମପଡା ବ୍ଲକରେ ୯୮ଟି ଶୌଚାଳୟରେ ପାଣିର ସୁବିଧା ନାହିଁ।
ସରକାରୀ ରାଜସ୍ୱ ଅର୍ଥର ଏପରି ବରବାଦିକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।