ବାଚସ୍ପତିଙ୍କୁ ମିଶାଇ ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳର ୨୦ ସଦସ୍ୟ କାଲି ଶପଥ ଗ୍ରହଣ କରିବେ, ନବୀନ ନିବାସରୁ ଫୋନରେ ଜଣାଇ ଦିଆଯାଇଛି ସେମାନଙ୍କୁ। ସେମାନେ ହେଲେ :
ଅତନୁ ସବ୍ଯସାଚୀ ନାୟକ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ କିଶୋର ଦାସ, ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରତାପ ଦେବ, ପ୍ରଶାନ୍ତ ମୁଦୁଲି, ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ପ୍ରମିଳା ମଲ୍ଲିକ,ଶ୍ରୀକାନ୍ତ ସାହୁ, ରିତା ସାହୁ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ,ପ୍ରୀତିରଞ୍ଜନ ଘଡେଇ ଓ ପ୍ରଦୀପ ଅମାତ। ତାଲିକାରୁ ବାଦ୍ ପଡିଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ।
ପ୍ରମିଳା ମଲ୍ଲିକଙ୍କୁ ବିଧାନସଭା ବାଚସ୍ପତି କରି ମୁଖ୍ୟମନ୍ତ୍ରୀ ଏକ ନୂଆ ଝଟକା ଦେଇପାରନ୍ତି ବୋଲି ତଥ୍ଯାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି।