୧୭ କିଲୋ ସୁନା ଓ ହୀରା ଅଳଙ୍କାର ଲୁଟ

ଗତକାଲି ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ବ୍ୟାସନଗରଠାରେ ଥିବା ଏକ ଗହଣା ଦୋକାନ – ସିନକୋ ଗୋଲ୍ଡରୁ ବଡଧରଣର ଲୁଟ ହୋଇଛି। ୭ ଜଣିଆ ଲୁଟେରା ଗ୍ୟାଙ୍ଗ ବନ୍ଧୁକ ମୁନରେ କର୍ମଚାରୀ ଓ ଗ୍ରାହକମାନଙ୍କୁ ବାଥରୁମରେ ବନ୍ଦକରି ସମସ୍ତ ଗହଣା ଲୁଟ୍ କରିଛନ୍ତି, ଲୁଟେରାମାନେ ସିକ୍ୟୁରିଟିର ବନ୍ଧୁକକୁ ବାଡ଼େଇ ଭାଙ୍ଗି ଦେବା ସହ ସିସିଟିଭି ହାର୍ଡ଼ଡ଼ିସ୍କକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।
ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରଥମେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ ଓ ଜଣେ ସୁନା ଦେଖିବାକୁ କହିଥିବା ବେଳେ ଅନ୍ଯଜଣକ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ପରେ ପରେ ମୋଟ ୭ ଜଣ ସୋରୁମ ଭିତରକୁ ପଶି ଯାଇଥିଲେ ଓ ଗହଣାଦୋକାନର ସମସ୍ତ ପ୍ରାୟ ୧୭ କିଲୋ ସୁନା ଓ ହୀରା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ଲୁଟେଣାମାନେ ହିନ୍ଦିରେ କଥା ହେଉଥିଲେ । ଖବର ପାଇ ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛି।

Leave A Reply

Your email address will not be published.