ଗତ ୫ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ୧୫ ହଜାରଙ୍କ ମୃତ୍ୟୁ

ଓଡ଼ିଶାରେ ବିଗତ ୫ ବର୍ଷରେ ଦୈବୀଦୁର୍ବିପାକ ହେତୁ ୧୪ ହଜାର ୪୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବିଷୟ ଆଜି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।

ବନ୍ୟା ବାତ୍ୟା ମରୁଡି ଭୂସ୍ଖଳନ ଅଂଶୁଘାତ ବଜ୍ରପାତ ଓ ସର୍ପାଘାତରେ ଏସବୁ ମୃତ୍ୟୁ ଘଟିଥିବା ଶ୍ରୀମତୀ ମଲ୍ଲିକ ଦର୍ଶାଇଛନ୍ତି୍।

ଏମାନଙ୍କ ମଧ୍ୟରୁ ୧୩ ହଜାର ୨୨ ମୃତକଙ୍କ ପରିବାରଗୁଡିକୁ ସରକାର ପ୍ରାକୃତିକ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୫୭ କୋଟି ୩୧ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.