ଗୁଜରାଟର ମୋରବି ଜିଲ୍ଲାରେ ମଚ୍ଛୁନଦୀ ପୋଲ ଦୁର୍ଘଟଣା ପରେ ଧବଳେଶ୍ବର ଭସାପୋଲକୁ ନେଇ କଟକ ଜିଲ୍ଲା ପ୍ରଶାସନ ସତର୍କ ହୋଇଯାଇଛି, ବଡାଓସା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଧବଳେଶ୍ବର ଶୈବପୀଠରେ ପ୍ରବଳ ଯାତ୍ରୀଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଧବଳେଶ୍ବରରେ ୧୪୪ ଧାରା ଜାରି କରାଯାଇଛି। ଏକକାଳୀନ ଏହି ଭସାପୋଲ ଉପରେ ୨୦୦ରୁ ଅଧିକ ଲୋକ ଯାଇପାରିବେ ନାହିଁ ବୋଲି ନିଷେଧାଦେଶ ଲାଗୁ କରାଯାଇଛି । ୨୦୦୬ ମସିହାରେ ନିର୍ମିତ ଏହି ୨୧୪ ମିଟର ଲମ୍ବ ୨ମିଟର ଓସାର ଭସାପୋଲରେ ୬୦୦ ଯାତ୍ରୀଙ୍କ ଗମନାଗମନ ପାଇଁ କ୍ଷମତା ରହିଥିବା ବେଳେ ମଚ୍ଛୁନଦୀ ଦୁର୍ଘଟଣା ପରେ ପ୍ରଶାସନ ଛାତିରେ ଛନକା ପଶିଯାଇଛି। ରବିବାର ଦିନ କଲିକତାର ଏକ ବିଶେଷଜ୍ଞ ଦଳ ଏହି ପୋଲର ତନଖି କରିଥିଲେ, ସେଥିରେ କେତେକ ଯାଗା ସାମାନ୍ୟ ଦଦରା ହୋଇଯାଇଥିବା ଦେଖିବାକୁ ମିଳିବା ପରେ ଆଜି ତାହାର ମରାମତି କରିଯାଉଛି।