ଗତକାଲି ରାୟଗଡାର ପ୍ରତ୍ଯକ୍ଷ ଦେବୀ ମା ମଝିଘରିଆଣୀ ମନ୍ଦିର ଦାନବାକ୍ସରୁ ୧କୋଟି ୧ଲକ୍ଷ ୨୩ହଜାର ୩୮୦ ଟଙ୍କା ମିଳିଛି, ଏହା ବ୍ଯତିତ ୦୪ ଗ୍ରାମ ସୁନା ଅଳଙ୍କାର, ୨ହଜାର ୬୭୯ ଗ୍ରାମ ରୂପା ଅଳଙ୍କାର, ସାଉଦି ଆରବ ଓମାନ ସିଙ୍ଗାପୁର ଓ କତାର ଆଦି ଦେଶର ମୂଦ୍ରା ମଧ୍ୟ ଏହି ଦାନବାକ୍ସରୁ ମିଳିଛି ।
ପୂର୍ବରୁ ଗତ ମାର୍ଚ୍ଚ ମାସରେ ମନ୍ଦିର ଦାନବାକ୍ସ ଖୋଲା ଯାଇଥିଲା, ସେତେବେଳେ ଏଥିରୁ ୭୫ଲକ୍ଷ ୮୮ ହଜାର ୪୦୫ ଟଙ୍କା, ୫୪.୩ ଗ୍ରାମ ସୁନା, ୨.୦୬ କିଲୋଗ୍ରାମ ରୂପା ଅଳଙ୍କାର ଓ ବିଦେଶୀ ମୁଦ୍ରା ବାହାରିଥିଲା।