ବାୱାରିଆ ଗ୍ୟାଙ୍ଗର ୪ ଦୁର୍ବୃତ୍ତଙ୍କୁ ବାନ୍ଧିଲା ଓଡ଼ିଶା ପୋଲିସ

ହତ୍ୟା ଦୁଷ୍କର୍ମ, ଚୋରି, ଲୁଟ, ରାହାଜାନି ଓ ଡକାୟତି କରି ସାରାଦେଶରେ ଆତଙ୍କ ଖେଳାଇ ଦେଇଥିବା ଉତ୍ତର ପ୍ରଦେଶର କୁଖ୍ୟାତ ବାଓ୍ଵାରିଆ ଗ୍ଯାଙ୍ଗର ୪ ଦୁର୍ବୃତ୍ତଙ୍କୁ କମିଶନରେଟ ପୋଲିସ ପୁରୀର ଏକ ହୋଟେଲରୁ ଗିରଫ କରିଛି।
ଗତ ୨୦ ବର୍ଷଧରି ଦେଶର ଉତ୍ତର ଓ ଦକ୍ଷିଣ ଭାଗରେ ପୋଲିସର ନିଦ ହଜାଇ ଦେଇଥିବା ଏହି ଦୁର୍ଦ୍ଧଷ ଗ୍ଯାଙ୍ଗ ଲୋରି ଗ୍ଯାଙ୍ଗ ଭାବେ ମଧ୍ୟ ଜଣାଶୁଣା।

୨୦୨୨ ମସିହାରେ ଏହି ଗ୍ୟାଙ୍ଗ ଦିଲ୍ଲୀରୁ ଓଡିଶା ଆସିଥିଲେ, ଓଡିଶାରେ ଲୁଟପାଟ କରି ସୁନା ଗହଣା ଦିଲ୍ଲୀ ଓ ୟୁପିକୁ ନେଇ ବିକ୍ରି କରୁଥିଲେ, ପ୍ରାୟ ଦେଢବର୍ଷ ହେଲା ଏହି ବାୱରିଆ ଗ୍ୟାଙ୍ଗ ଓଡିଶାରେ ଯୋଜନାବଦ୍ଧ ଭାବେ ଅପରାଧ ଘଟାଉଥିଲା। ଏମାନେ ବାଲେଶ୍ଵରରୁ ଅପରାଧ ଆରମ୍ଭ କରୁଥିଲେ, ବାଲେଶ୍ୱର ପରେ ଭଦ୍ରକ, କଟକ ଓ ଭୁବନେଶ୍ୱରରେ ଛିନତାଇ କରୁଥିଲେ। ସେମାନେ ଯୋଜନାବଦ୍ଧ ଭାବେ।ବାଇକରେ ଗତାଗତ କରୁଥିଲେ ଓ ଲଜିଙ୍ଗରେ ରହୁଥିଲେ।
୨୦୦୫ରେ ଗ୍ୟାଙ୍ଗର କିଛି ଅପରାଧୀ ତାମିଲନାଡୁର ଜଣେ ବିଧାୟକଙ୍କୁ ହତ୍ୟା କରିଥିଲେ।

Leave A Reply

Your email address will not be published.