୨ ଆନ୍ତଃରାଜ୍ୟ ଠକକୁ ଧରିଲା ଇନଫୋସିଟି ପୋଲିସ

ଭୁବନେଶ୍ୱର : ବେସରକାରୀ ମେଡିକାଲ୍ କଲେଜରେ ଏମବିବିଏସରେ ନାମଲେଖା କରାଇଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ୨ ଆନ୍ତରାଜ୍ୟ ଠକ। ଖବର ଅନୁଯାୟୀ ମେଡିକାଲ୍ କଲେଜରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଇବାର ବ୍ୟବସ୍ଥା କରାଇଦେବେ କହି ୨ ଆନ୍ତଃରାଜ୍ୟ ଠକ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଫଳରେ ଛାତ୍ରୀଜଣକ ବାଧ୍ୟ ହୋଇ ସ୍ଥାନୀୟ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ କଲିକତା ଓ ଅନ୍ୟଜଣେ ପାଟନାରୁ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ 11 ଲକ୍ଷ ଟଙ୍କା ଜବତ ହୋଇଥିବା ନେଇ ଇନଫୋସିଟି ପୋଲିସ ସୂଚନା ଦେଇଛି । ଏମାନଙ୍କ ପୁରା ଏକ ରାକେଟ ଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.