ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ, ଯୁକ୍ତ ୨ ପଢ଼ୁଥିବା ୨ ଜଣ ଛାତ୍ର ଛାତ୍ରୀଙ୍କୁ ସେଇ କଲେଜର ସିନିୟର ମାନେ ରାଗିଂ
କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ଭାଇରାଲ ଭିଡିଓ ଘୁରି ବୁଲୁଥିବା ବେଳେ ବଡ଼ ବଜାର ପୁଲିସ ନଜରକୁ ଆସିଥିଲା।
ତଦନ୍ତ ବେଳେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ହୋଇଥିବା ଜାଣିବାକୁ ପାଇଥିଲା ପୁଲିସ।
ଏଥିରେ ସମ୍ପୃକ୍ତ ଥିବା ୨ ସିନିୟର ଛାତ୍ରଙ୍କୁ ଗିରଫ କରିଛି ପୋଲିସ ଏହି ଦୁଇଜଣ ହେଲେ ଅଭିଷେକ ନାୟକ ଓ ବାବୁଲୁ ପଣ୍ଡା ଏହି ଘଟଣାରେ ୩ ଜଣ ନାବାଳକ ଛାତ୍ରଙ୍କୁ ମଧ୍ୟ ଅଟକ ରଖାଯାଇଛି ଏମାନଙ୍କୁ ୧ ବର୍ଷ ଯାଏଁ ନିଲମ୍ବିତ କରିବା ପାଇଁ ସୁପାରିଶ ହୋଇଛିଏଥିରେ କଲେଜ କର୍ତ୍ତୃପକ୍ଷ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି