ଭାରତୀୟ ଟିମ୍ର ଷ୍ଟାର ଓପନର ରବିନ ଉଥପ୍ପା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ।
ସେ ସମସ୍ତ ଫର୍ମାଟ ଓ ଭାରତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ।
2007 ମସିହା ରେ ଭାରତ ଟି-20 ବିଶ୍ୱକପ ଜିତିଥିଲା ଉଥପ୍ପା ସେହି ସମୟରେ ଜଣେ ଭଲ ଓପନର ଭାବେ ଜଣାଶୁଣା ଥିଲେ।
ସେତବେଳେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଟିମ୍ର ଅଧିନାୟକ ଥିଲେ ।
ଉଥପ୍ପା ନିଜର ଶେଷ ମ୍ୟାଚ ଆଇପିଏଲରେ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ ।
୩୬ ବର୍ଷୀୟ ଉଥପ୍ପାଙ୍କ କ୍ୟାରିୟର ଉତ୍ଥାନ ଓ ପତ୍ତନ ଦେଇ ଗତି କରିଥିଲା ।
ଗତ ୭ ବର୍ଷ ହେଲା ସେ ଟିମ୍ରେ ସ୍ଥାନ ପାଇପାରି ନଥିଲେ ।
ସେ ଟିମ ଇଣ୍ଡିଆ ପାଇଁ ୨୦୧୫ରେ ଶେଷ ଥର ମ୍ୟାଚ ଖେଳିଥିଲେ ।
ସେ ସାମାଜିକ ଗଣମାଧ୍ୟମରେ ଟୁଇଟ୍ କରି ସନ୍ୟାସ ନେଇ ଘୋଷଣା କରିଛନ୍ତି ।