ଚିଲିକା ବିଧାୟକଙ୍କୁ ଲାଗିଲା ଝଟକା। ପୁଣି ଥରେ ଜେଲ ଯାଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ସୂଚାନୁସାରେ ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାରଣପୁର ବ୍ଲକ କାର୍ୟ୍ୟାଳୟ ନିକଟରେ ଚାଲିଥିବା ଏକ ଶୋଭାଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ଏହି ଘଟଣାରେ ପ୍ରଶାନ୍ତଙ୍କୁ ମାର୍ଚ୍ଚ ୨୨ ତାରିଖରେ ଗିରଫ କରାଯାଇଥିଲା । ପରେ ଏପ୍ରିଲ ୨୨ ତାରିଖରେ ପ୍ରଶାନ୍ତଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ମିଳିଥିଲା। ଜାମିନ୍ ଅବଧି ସମାପ୍ତ ହେବା ପରେ ଆତ୍ମସମର୍ପଣ କରିବାକୁ ପ୍ରଶାନ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ପ୍ରଶାନ୍ତ ସ୍ୱାସ୍ଥ୍ୟଗତ କାରଣ ଦେଖାଇ ଅନ୍ତରୀଣ ଜାମିନ୍ ପାଇଥିଲେ । ହେଲେ ବର୍ତ୍ତମାନ ତାଙ୍କର ଜାମିନ୍ ଆବେଦନ ଖାରଜ ହେବା ପରେ ପୁଣି ଥରେ ଜେଲ୍ ପାଇପାରନ୍ତି ବୋଲି ଅନୁମାନ କରାଯାଉଛି ।