ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି, ଆଗାମୀ ଅକ୍ଟୋବର ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକ ବିଶେଷ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯିବ।
‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଊଛି, ଏଥିରେ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ଦିଆଯିବ।
ପୂର୍ବରୁ ଶ୍ରୀ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି।
ଅସମର୍ଥିତ ସୂତ୍ରରୁ ଜଣାଯାଇଛି ଯେ ପୁରସ୍କାର ପାଇଁ ଗଠିତ ୭ଜଣିଆ ବିଚାରକମଣ୍ଡଳୀ ଯେଉଁ ମତ ଦେଇଥିଲେ, ସେଥିରେ ଗୌରହରି ଦାସ ଓ ଗାଳ୍ପିକ ଭୀମ ପୃଷ୍ଟିଙ୍କ ପୁସ୍ତକ ସମାନ-ସମାନ ସ୍ଥିତିରେ ଥିଲା।
ଏହାପରେ ୭ଜଣ ବିଚାରକଙ୍କ ମଧ୍ୟରୁ ୪ଜଣ ଶ୍ରୀ ଦାସଙ୍କୁ ପୁରସ୍କାର ଦେବାପାଇଁ ମତଦେବାରୁ, ଶ୍ରୀ ପୃଷ୍ଟି ବାଦ୍ ପଡିଥିଲେ।