ଉଚ୍ଚଶିକ୍ଷିତ ନୁହନ୍ତି ପ୍ରଧାନମନ୍ତ୍ରୀ ମୋଦି : କେଜେରିବାଲ

ଆଜି ଥିଲା ଦିଲ୍ଲୀ ସରକାରଙ୍କ ବଜେଟ୍ ଅଧିବେଶନର ଶେଷ ଦିନ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଭାଷାରେ ଆକ୍ରମଣ କରିଥିଲେ ନିଜ ଭାଷଣରେ। ସେ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବା ଅନୁସାରେ ସେ ତାଙ୍କ ପରିବାର ପାଇଁ କିଛି କରିନାହାଁନ୍ତି, କିନ୍ତୁ ତାଙ୍କ କାର୍ଯ୍ୟରୁ ପ୍ରମାଣ ମିଳୁଛି ଯେ ସେ ତାଙ୍କ ସାଙ୍ଗମାନଙ୍କ ପାଇଁ ବହୁତ କିଛି କରିଛନ୍ତି | ଆଦାନୀ ମାମଲା ପ୍ରସଙ୍ଗକୁ ନେଇ ସେ ମୋଦୀଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି। ସେ କହିଲେ ଯେ ଯଦି ଜେପିସି ଗଠନ ହୁଏ ତେବେ ଆଦାନୀ ଫସିଯିବେ ନାହିଁ, ମୋଦୀ ଫସିବେ ।

କେଜ୍ରିୱାଲ ଏଠାରେ ଅଟକି ନଥିଲେ, ସେ ଆଦାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ମ୍ୟାନେଜର’ ବୋଲି ମଧ୍ୟ କହିଥିଲେ | ଏହାପୂର୍ବରୁ ସୋମବାର ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ,ଯେ ଦେଶର ନେତୃତ୍ୱ ନେଉଥିବା ବ୍ଯକ୍ତି ଶିକ୍ଷିତ ହେବା ଅତ୍ୟନ୍ତ ଜରୁରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ବକ୍ତବ୍ୟକୁ ସ୍ମରଣ କରାଇଦେଇ ସେ କହିଛନ୍ତି ଯେ ଅନେକ ଥର ମୋଦି କହିଛନ୍ତି ଯେ ସେ ବହୁତ ଶିକ୍ଷିତ ନୁହନ୍ତି, କଲେଜ ଯାଇ ନାହାଁନ୍ତି – ଯଦି ପଢୁଆ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ସେ କଦାପି ବିମୁଦ୍ରିକରଣ କରିନଥାନ୍ତେ !