ବିବାଦୀୟ ଖବର ପ୍ରସାର କରି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ୩୨ ବର୍ଷ ବୟସ୍କ ତଥାକଥିତ ସାମ୍ବାଦିକ ମନୀଷ କାଶ୍ଯପଙ୍କୁ ଗତ ମାସ ୧୮ ତାରିଖରେ ବିହାର ପୋଲିସ ଏନଏସଏରେ ଗିରଫ କରିଥିଲା, ମନୀଷ ମଧ୍ୟ ନିଜ ଭୂଲ ସ୍ଵୀକାର କରି କ୍ଷମା ପ୍ରାର୍ଥନା କରିଥିଲେ। ମାତ୍ର ସନସନି ଖବର ପ୍ରସାର କରିବାର ଆଦତ ଛାଡିନାହାନ୍ତି କାଶ୍ଯପ ! ମାର୍ଚ୍ଚ ୨୧ ତାରିଖରେ ନିଜ ଇଉଟ୍ଯୁବ ଚାନେଲରେ ପୁଣିଥରେ ମନୀଷ ଏଭଳି ଏକ ଖବର ଛାଡିଦେଲେ ଯେ ବିହାରର କିଛି ଦିନମଜୁରିଆଙ୍କୁ ତାମିଲନାଡୁରେ ଆକ୍ରମଣ କରାଯାଉଛି ! ଖବରଟି ମିଛ ଓ ବନାଯାଇଥିବା ଭିଡିଓ ଆଧାରରେ ପ୍ରଚାର କରାଯାଇଥିବାରୁ ତାମିଲନାଡୁ ପୋଲିସ ମନୀଷଙ୍କୁ ଏନଏସଏରେ ଗିରଫ କରିଛି, ଅପ୍ରେଲ ୧୯ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯିବ। ଏହି ମାମଲାରେ ମନୀଷଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ପାଲଟା ଅପିଲ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଏନଏସଏ (ନ୍ୟାସନାଲ ସିକ୍ୟୁରିଟି ଆକ୍ଟ)ବା ରାଷ୍ଟ୍ରୀୟ ସୁରକ୍ଷା ଆଇନ ଏପରି ଏକ ଆଇନ ଯେ ଯଦି ପ୍ରଶାସନର ହୃଦବୋଧ ହୁଏ ଯେ, ସମ୍ପୃକ୍ତ ବ୍ୟକ୍ତିଙ୍କ କାରଣରୁ ସମାଜ ତଥା ଦେଶର ଏକତା ଓ ସଦଭାବନା କ୍ଷୁର୍ଣ୍ଣ ହେଉଛି ତେବେ ତାଙ୍କୁ ଗିରଫ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ସାମ୍ବାଦିକ ହେବାର ନିଶାରେ ୨୦୧୮ ଜୁଲାଇ ୧୩ ତାରିଖରେ ମନୀଷ1 ସଚ୍ ଟେକ୍ ନ୍ଯୁଜ ନାମରେ ଏକ ୟୁଟ୍ୟୁବ ଚାନେଲ ଖୋଲି ସନସନି ଖବର ପ୍ରସାର କରାଇ ଲୋକପ୍ରିୟତା ହାସଲ କରିଥିଲେ, ଏବେ ପାଉଛନ୍ତି ମିଛ ଖବର।ପ୍ରଚାର କରିବାର ଫଳ !