ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥକମାନେ ଅଯୋଧ୍ୟାର ଭରତକୁଣ୍ଡଠାରେ ଏକ ଭବ୍ଯ ଯୋଗୀ ମନ୍ଦିର ନିର୍ମାଣ କରିଛନ୍ତି, ମନ୍ଦିରରେ ଆଦିତ୍ୟନାଥଙ୍କ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନା କରାଯାଇ ତାଙ୍କୁ ଶ୍ରୀରାମଚନ୍ଦ୍ର ଭାବେ ଉପାସନା କରାଯାଉଛି।
ପୁରାଣର ବର୍ଣ୍ଣନା ଅନୁସାରେ ଏହି ଭରତକୁଣ୍ଡଠାରେ କେକେୟୀ ନନ୍ଦିନ ଭରତ ରାମଚନ୍ଦ୍ରଙ୍କ ପାଦୁକା ପୂଜା କରୁଥିଲେ।
ଏହି ମନ୍ଦିରରେ ସକାଳେ ସଂଧ୍ୟାରେ ଯୋଗୀ ଆଦିତ୍ୟନାଥଙ୍କ ଦିବ୍ୟ ପ୍ରତିମୂର୍ତ୍ତିର ଆଳତି ଉପାସନା ହେଉଛି ଓ ପ୍ରଭୁ ଶ୍ରୀରାମଙ୍କ ଅବତାର ଭାବେ ତାଙ୍କର ଭଜନ ଗାନ କରାଯାଉଛି।
ଭକ୍ତମାନଙ୍କୁ ଭୋଜନରେ ପ୍ରସାଦ ମଧ୍ୟ ଦିଆଯାଊଛି।
ଉଲ୍ଲେଖନୀୟ ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପିର ବହୁ ବଡ଼ ବଡ଼ ନେତା ରାମଚନ୍ଦ୍ରଙ୍କ ଅବତାର ଭାବେ ବର୍ଣ୍ଣନା କରିଥିଲେ, ମାତ୍ର ଯୋଗୀ ଏବେ ତାହାକୁ ଟପିଗଲେ ବୋଲି ମନେ କରାଯାଉଛି !