ଅପରାଜିତା ରହିବେ ନା ଯିବେ ?ବିଜେପିର ରାଜ୍ୟ ପ୍ରଭାରୀ ଭାବେ ଡି.ପୁରାନ୍ଦେଶ୍ୱରୀଙ୍କୁ ବଦଳାଇ ସୁନୀଲ ବଂଶାଲଙ୍କୁ ଦାୟିତ୍ୱ ଦିଆଯିବା ଫଳରେ ଆଗକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାଇଁ ସମସ୍ୟା ବଢିବ ବୋଲି ଆଶଙ୍କା କରାଗଲାଣି । ଓଡ଼ିଶାରେ ଧମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲୁଥିବା ଲଢେଇ ଆଉ ଲୁଚିକରି ନାହିଁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଅପରାଜିତା ଓ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀରେ ହୋଇଥିବା ନିସ୍ତୁକ ଝଗଡା ନିଜ ଆଖିରେ ଦେଖି ଗଲେ । ତେଣୁ ସେ ଦିଲ୍ଲୀରେ ପହଞ୍ଚିବା ପରେ ଓଡିଶା ପ୍ରଭାରୀ ପରିବର୍ତ୍ତନ କଲେ ଶ୍ରୀ ବଂଶଲ ଧର୍ମେନ୍ଦ୍ରଙ୍କର ଅତି ନିକଟତର ହୋଇଥିବା ହେତୁ ଅପରାଜିତାଙ୍କ ଉପରେ ଆଗକୁ ଶୃଙ୍ଖଳାର କୋରଡ ମାଡ଼ ହୋଇପାରେ ଓ ଏପରିକି 2024ରେ ତାଙ୍କ ଟିକଟ କଟିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଅପରାଜିତା ରାଜନୀତିରେ ନୂଆ ହେଲେବି ଅଭିଜ୍ଞାତା ଓ ଅନୁଭବରେ ବେଶ୍ ପ୍ରବୀଣ, ତେଣୁ ସେ ନିଜ ରାଜନୈତିକ ଭବିଷ୍ୟତ ପାଇଁ ବିଜେପିରେ ରହିବେ କି ବାହାରି ଅନ୍ୟ ଦଳରେ ମିଶିବେ ତାହାକୁ ନେଇ ଗୁଞ୍ଜରଣ ସୃଷ୍ଟି ହେଉଛି ।