କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ବିଜେପି ସରକାର ଉପରେ ତେରେଛା ବାଣ ମାରିଛନ୍ତି ଦଳୀୟ ସାଂସଦ ବରୁଣ ଗାନ୍ଧୀ !
ସେନାବାହିନୀରେ ଅଗ୍ନିବୀର ନିଯୁକ୍ତିକୁ ନେଇ ମୋଦିଙ୍କ ବିଜେପି ସରକାକୁ କଟାକ୍ଷ କରି ସେ ଟ୍ୱିଟ କରିଛନ୍ତି ଯେ ଦେଶରକ୍ଷା ପାଇଁ ଯେଉଁମାନଙ୍କୁ ନିଯୁକ୍ତ କରି ବିପଦସଂକୁଳ ସେବାରେ ନିୟୋଜିତ କରାଯିବ, ସେମାନଙ୍କୁ ଯଦି ପେନସନ ମିଳିବ ନାହିଁ , ତେବେ ୫ ବର୍ଷ ପାଇଁ ନିର୍ବାଚିତ ହୋଇ ଆସୁଥିବା ସାଂସଦ ଓ ବିଧାୟକମାନଙ୍କୁ ପେନସନ ଦିଆଯିବ କାହିଁକି ?
ସେ ତାଙ୍କ ନିଜର ପେନସନ ନନେବାକୁ ରାଜି ଅଛନ୍ତି ବୋଲି ଟ୍ୱିଟ କରି ବରୁଣ ଗାନ୍ଧୀ ଅଗ୍ନିବୀରଙ୍କ ପାଇଁ ସାଂସଦ ଓ ବିଧାୟକମାନଙ୍କୁ ନିଜ ନିଜର ପେନସନ ନନେବାକୁ ଆହ୍ୱାନ ଦେଇଛନ୍ତି