ବିହାରରେ ମେଣ୍ଟ ସରକାରକୁ ଭାଙ୍ଗିବୁ : ମୋଦି

ବିରୋଧୀ ବିଧାୟକଙ୍କୁ କିଣିବା ଓ ବିରୋଧୀ ଦଳ ସରକାର ଭାଙ୍ଗିବା ଭଳି ଅଗଣତାନ୍ତ୍ରିକ ବାହାସ୍ଫୋଟ ମାରିବାରେ ବିଜେପି ଆଦୌ ଲଜ୍ଜା ବୋଧ କରେନାହିଁ, ତାହାର ଆଉ ଏକ କୁତ୍ସିତ ଉଦାହରଣ ପେଶ୍ କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି !

ମଣିପୁରରେ ଜେଡିୟୁର ମୋଟ ୬ଜଣ ବିଧାୟକଙ୍କ ମଧ୍ୟରୁ ୫ଜଣ ବିଜେପିରେ ସାମିଲ ହେବା ପରେ ଶ୍ରୀ ମୋଦି କହିଛନ୍ତି ଯେ, ପ୍ରଥମେ ଅରୁଣାଚଳ ପ୍ରଦେଶ ଓ ବର୍ତ୍ତମାନ ମଣିପୁର ଜେଡିୟୁ ମୁକ୍ତ ହୋଇଛି, ଖୁବଶୀଘ୍ର ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରାଯିବ !

ନୀତିଶଙ୍କୁ କଟାକ୍ଷ କରି ସୁଶୀଲ କହିଛନ୍ତି ଯେ, ହୋର୍ଡିଙ୍ଗ ଓ ପୋଷ୍ଟର ଲଗାଇ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ !

ସୁଶୀଲ ମୋଦୀଙ୍କ ଏହି ବିବୃତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜେଡିୟୁର ଜାତୀୟ ସଭାପତି ରାଜୀବ ରଂଜନ ସିଂ କହିଛନ୍ତି ଯେ, ଶ୍ରୀ ମୋଦିଙ୍କର ବୋଧହୁଏ ମନେନାହିଁ ଯେ ଉଭୟ ଅରୁଣାଚଳ ଏବଂ ମଣିପୁରରେ ବିଜେପିକୁ ପରାସ୍ତ କରି ଜେଡିୟୁ ଆସନ ଜିତିଥିଲା।

ତେଣୁ ଏହି ଦୁଇ ରାଜ୍ୟ ଜେଡିୟୁ ମୁକ୍ତି ହୋଇଛି ବୋଲି ମନେକରିବା କେବଳ ଦିବାସ୍ଵପ୍ନ ବୋଲି ତାତ୍ସଲ୍ଯ କରି ଶ୍ରୀ ସିଂ କହିଛନ୍ତି ଯେ ୨୦୨୪ରେ ଦେଶ ବିଜେପି ମୁକ୍ତ ହେବ !

Leave A Reply

Your email address will not be published.