ଆମକୁ ମୁସଲମାନଙ୍କ ଭୋଟ ଦରକାର ନାହିଁ : କର୍ଣାଟକ ବିଜେପି ନେତା
ଦୁଇଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହା କର୍ଣାଟକରେ ଏକ ନିର୍ବାଚନ ରାଲିରେ କହିଲେ ଯେ କଂଗ୍ରେସ ଜିତିଲେ ରାଜ୍ୟରେ ଦଙ୍ଗା ହେବ, ତାହାର ଦିନକ ପୂର୍ବରୁ ରାଜ୍ୟର ଜଣେ ବରିଷ୍ଠ ବିଜେପି ନେତା କେ ଏସ ଈଶ୍ଵରପ୍ପା ଶିବମୋଗା ସହରର ବିନୋବା ନଗରଠାରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ବିଜେପିକୁ ମୁସଲମାନମାନଙ୍କ ଭୋଟ ଦରକାର ନାହିଁ। ସେ କହିଥିଲେ ଯେ ଶିବମୋଗା ସହରରେ ୬୦ ହଜାର ମୁସଲମାନ ଅଛନ୍ତି, ସେମାନଙ୍କ ଭୋଟ ବିଜେପିକୁ ଦରକାର ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟରେ ବିଜେପି ଶାସନ କାଳରେ କେହି ହେଲେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିବାକୁ ସାହସ କରିନାହାନ୍ତି, ଏଠାରେ ଯଦି ଅଣବିଜେପି ଦଳ କ୍ଷମତାକୁ ଆସିବ – ତେବେ ହିନ୍ଦୁମାନଙ୍କ ନିରାପତ୍ତା ବିପନ୍ନ ହେବ !
ବିଜେପିର ଏପରି ମତିଗତି ଓ ବୟାନବାଜିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।