ବାଲଟ ପେପର ନୁହେଁ, ଇଭିଏମରେ ହିଁ ଭୋଟିଂ ହେଵ: ସୁପ୍ରିମକୋର୍ଟ

ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ) ହଟାଇ ପୁଣି ବାଲାଟ ପେପରର ପ୍ରବର୍ତ୍ତନ କରାଇବାକୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନକୁ ଉଚ୍ଚତମ ନ୍ଯାୟାଳୟ ଆଜି ଖାରଜ କରିଦେଇଛନ୍ତି ।

ଗତ ଜାନୁଆରୀ ମାସରେ ଆଇନଜୀବୀ ମନୋହର ଲାଲ ଉତ୍ତର ପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନରେ ଇଭିଏମ ବଦଳରେ ବାଲାଟ ପେପର ପ୍ରବର୍ତ୍ତନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଏଥିରେ ଶ୍ରୀ ଲାଲ୍ ଜନ ପ୍ରତିନିଧି ଅଧିନିୟମ ଧାରା ୬୧ (କ) କୁ ଚ୍ୟାଲେଞ୍ଜ କରିଥିଲେ ।

ଜନ ପ୍ରତିନିଧି ଅଧିନିୟମ ଧାରା ୬୧ (କ)ରେ ବାଲାଟ ପେପରକୁ ହଟାଇ ଇଭିଏମରେ ଭୋଟିଂ କରିବାର ପ୍ରାବଧାନ ରହିଛି, ମାତ୍ର ଏହି ୬୧ (କ) ଧାରା ସଂସଦରୁ ମଞ୍ଜୁରୀ ପାଇ ନଥିବା କାରଣରୁ ଇଭିଏମରେ ଏପର୍ଯ୍ୟନ୍ତ ଯେତେ ଭୋଟିଂ ହୋଇଛି ତାହା ଅବୈଧ ସେ ଦର୍ଶାଇଥିଲେ ।

ଆବେଦନରେ କୌଣସି ମେରିଟ ନଥିବା ଉଲ୍ଲେଖ କରି ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି ।

Leave A Reply

Your email address will not be published.