ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ‘ଭିଡିଓକନ୍ ଗ୍ରୁପ୍’ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଛି ସିବିଆଇ। ପୂର୍ବରୁ ଏହି ମାମଲାରେ ସିବିଆଇ ବ୍ୟାଙ୍କ୍’ର ପୂର୍ବତନ ମୁଖ୍ୟ ନିର୍ବାହୀ ଅଧିକାରୀ ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ଗିରଫ କରିଥିଲା।
କୋଚ୍ଚର୍ ଦମ୍ପତିଙ୍କ ସହାୟତାରେ ଧୂତ ଆଇସିଆଇସିଆଇ ବ୍ୟାଙ୍କକୁ ଠକିଛନ୍ତି ବୋଲି ସିବିଆଇ କହିଛି।
ଭିଡିଓକନ୍ ଗ୍ରୁପ କମ୍ପାନିଗୁଡ଼ିକୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ମଞ୍ଜୁରିରେ ଠକେଇ ଓ ଅନିୟମିତା ଅଭିଯୋଗ ଆଧାରରେ ଏହି ମାମଲାର ତଦନ୍ତ କରୁଛି ସିବିଆଇ। ବ୍ଯାଙ୍କ ରେଗୁଲେସନ, ଋଣନୀତି ଓ ରିଜର୍ଭ ବ୍ଯାଙ୍କ ମାର୍ଗଦର୍ଶିକାକୁ ଉଲଙ୍ଘନ କରି ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ କମ୍ପାନିଗୁଡ଼ିକୁ ୩,୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ମଞ୍ଜୁର କରିଥିଲା।
Prev Post
Next Post