ନୀତୀଶ କୁମାରଙ୍କୁ ପ୍ରଶଂସା କଲେ ଉମା ଭାରତୀ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶଂସା କରିଛନ୍ତି।

ବିରୋଧୀଙ୍କୁ ଏକଜୁଟ କରିବାକୁ ନୀତୀଶ କୁମାରଙ୍କ ଉଦ୍ୟମ ଗଣତନ୍ତ୍ର ପାଇଁ ଭଲ ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ବିହାରରେ ଆରଜେଡି ସହ ମିଶି ସରକାର ଗଠନ କରିବା ପରେ ବିଜେପିର ନେତାମାନେ ତାଙ୍କୁ ବିଶ୍ୱାସଘାତକ ଓ କ୍ଷମତାଲୋଭୀ କହି ନିନ୍ଦା କରୁଥିବା ବେଳେ ଉମା ଭାରତୀ ହେଉଛନ୍ତି ପ୍ରଥମ ବିଜେପି ନେତ୍ରୀ ଯିଏ ତାଙ୍କୁ ପ୍ରଶଂସା କରିଛନ୍ତି !

ବିହାରରେ ମଦବନ୍ଦ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଖୁବ ପ୍ରଶଂସା କରି ସେ କହିଛନ୍ତି ଯେ ଯାହାହେଉ ବିହାରରେ ମଦ ନିଷେଧ ପାଇଁ ସେ ଅତି କମରେ ସାହସ ତ ଦେଖାଇଲେ !

ଦୀର୍ଘଦିନ ଧରି ଉମା ଭାରତୀ ବିଜେପି ଶାସିତ ରାଜ୍ୟଗୁଡିକରେ ମଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଆସୁଛନ୍ତି, ମଧ୍ୟପ୍ରଦେଶରେ ମଦ ବିକ୍ରି ଉପରେ ସେ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି ।

ଆଗାମୀ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ମଦ ବିରୋଧରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ଭୋପାଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବସି ସେ ମହିଳାମାନଙ୍କୁ ଏହି ପ୍ରସଙ୍ଗରେ ସଚେତନ କରାଇବେ ଓ ସେହି ଦିନ ରାଜ୍ୟରେ ମଦ ବିକ୍ରିକୁ ବିରୋଧ କରି ଘେରାଉ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.