ଦୁର୍ଘଟଣାରୁ ବର୍ତିଲେ ଇୟୁକ୍ରେନ ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

ସୂଚନା ଅନୁସାରେ ଗତ ରାତିରେ ଋଷ ସେନା କବଳରୁ ମୁକ୍ତ ହୋଇଥିବା ଇଜିଅମ୍ ଅଞ୍ଚଳ ବୁଲି ଫେରୁଥିବା ବେଳେ ଗୋଟିଏ କାର୍ ଆସି ତାଙ୍କ ଗାଡ଼ି ଓ କାରକେଡକୁ ଧକ୍କା ଦେଇଥିଲା ।

ତେବେ ଦୁର୍ଘଟଣାରେ ତାଙ୍କର କିଛି କ୍ଷତି ନହେଇଥିବା ଜଣେଇଛନ୍ତି ଜେଲେନସ୍କିଙ୍କ ସହିତ ଯାଉଥିବା ଡାକ୍ତର ଦଳ ।

ସେହିପରି ଏଥିରେ ଆଉ କେହି ଗୁରୁତର ଆହତ ହୋଇଥିବା ସୂଚନା ମଧ୍ୟ ନାହିଁ । ଦୁର୍ଘଟଣା ଗ୍ରସ୍ତ ପରେ ଜେଲେନସ୍କିଙ୍କୁ ଆମ୍ବୁଲାନ୍ସ ଯୋଗେ ରାଷ୍ଟ୍ରପତିଙ୍କ ବାସଭବନକୁ ନିଆଯାଇଥିଲା ।

ବର୍ତ୍ତମାନ ସୁରକ୍ଷା ଏଜେନ୍ସି ଦୁର୍ଘଟଣାର ଅନୁସନ୍ଧାନ କରୁଛି ।

ରାଷ୍ଟ୍ରପତିଙ୍କ ଲୋକସଂପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର ସଖାଳ ସମୟରେ ଜେଲେନସ୍କିଙ୍କ କାରକେଡ୍ ଯାଉଥିବାବେଳେ ଗୋଟିଏ କାର୍ ଆସି କାରକେଡକୁ ଧକ୍କା ଦେଇ ରାଷ୍ଟ୍ରପତିଙ୍କ ଗାଡ଼ିରେ ପିଟି ହୋଇଥିଲା ।

ବିଶେଷ କିଛି ହୋଇନ ଥିଲେ ମଧ୍ୟ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ତେବେ ରାଷ୍ଟ୍ରପତିଙ୍କ ସାଙ୍ଗରେ ଯାଉଥିବା ଡାକ୍ତରୀ ଟିମ ଜେଲେନସ୍କିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେ ସୁସ୍ଥ ଥିବା ଜଣାଇଛନ୍ତି ଲୋକସଂପର୍କ ଅଧିକାରୀ ।

Leave A Reply

Your email address will not be published.