ଗତକାଲି ଦିଲ୍ଲୀରୁ ଫେରି ବିମାନ ବନ୍ଦରରୁ ସିଧା ରାଜଭବନ ଯାଇ ରାଜ୍ଯପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟିଥିଲେ।ସେଥିରୁ ଜଣା ପଡୁଥିଲା ବିଜେପି ରଚନା କରିଥିବା ନାଟକ କ୍ଲାଇମାକସରେ ପହଞ୍ଚିବାକୁ ଯାଉଛି, କାରଣ ଦିଲ୍ଲୀରେ ଫର୍ଣଡାଭିସ ଅମିତ ଶାହାଙ୍କ ସହ ମନ୍ତ୍ରଣା କରିଥିଲେ ଓ ସେଠାରେ ବିଦ୍ରୋହୀ ଏକନାଥ ସିନ୍ଦେ ତାଙ୍କସହ ଭେଟଭାଟ କରିଥିଲେ।
ଆଜି ରାଜ୍ଯପାଳ ବିଧାନସଭାରେ ଫ୍ଲୋରଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ପରେ ଉଦ୍ଧବଙ୍କ ପକ୍ଷରୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟ ରାଜ୍ଯପାଳଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ ଫଳରେ ଉଦ୍ଧବଙ୍କ ପାଖରେ ଇସ୍ତଫା ଦେବା ବ୍ଯତିତ ଅନ୍ୟ କୌଣସି ରାସ୍ତା ନଥିଲା। ମହାରାଷ୍ଟ୍ରରେ ବିଜେପିର ‘ମଧ୍ୟପ୍ରଦେଶ ଖେଳ’ ସଫଳ ହୋଇଛି ବୋଲି କହିବାକୁ ହେବ !