ଉଦୟପୁର କହ୍ନେୟା ଦର୍ଜୀ ହତ୍ୟାକାଣ୍ଡ ପରି ଘଟଣା ଘଟିଛି ବିହାରର ସୀତାମଢିରେ । ବଜାରରେ ପାନ ଦୋକାନ ସାମ୍ନାରେ ରାସ୍ତା ଉପରେ ଜଣେ ଯୁବକକୁ 4 ଜଣ ସଂଖ୍ୟାଲୁଘ ସମ୍ପ୍ରଦାୟର ହିଂସ୍ର ଯୁବକ ଛୁରା ମାଡ କରିଛନ୍ତି । ଅଙ୍କିତଟା ନାମକ ଯୁବକ ଜଣଙ୍କ ନିଜ ମୋବାଇଲ ଫୋନରେ ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓ ଦେଖୁଥିବା ବେଳେ ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ଅଙ୍କିତଙ୍କୁ ସ୍ଥାନୀୟ ହସ୍ପିଟାଲର ଆଇସିଉରେ ଭତ୍ତି କରାଯାଇଛି ।